ବୌଦ୍ଧ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ଓ ପରିବେଶକୁ ସୁରକ୍ଷା କରିବା ପାଇଁ ଓଡିଶାରେ ପହଞ୍ଚିଛନ୍ତି ବୌଦ୍ଧଧର୍ମର ସନ୍ନ୍ୟାସୀମାନେ. ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେବା ଓ ଲୋକମାନଙ୍କୁ ଜାଗୃତ କରାଇବା ପାଇଁ ସେମାନେ ଆରମ୍ଭ କରିଛନ୍ତି ଏକ ଆଠ ଦିବସୀୟ ‘ଇକୋ ପଦଯାତ୍ରା’. ତେବେ ଏହି କାର୍ଯ୍ୟକ୍ରମକୁ  ଗତ ମଙ୍ଗଳବାରଦିନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉଦଘାଟନ କରାଯାଇଛି. ପ୍ରଥମ ପର୍ଯ୍ୟାୟରେ ସେମାନେ 5ଟି ପର୍ଯ୍ୟଟନସ୍ଥଳ ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ରତ୍ନଗିରି ଓ ଲଳିତଗିରିକୁ ସାମିଲ କରିଥିଲେ. 140 କି.ମିର ଏହି ପଦଯାତ୍ରା ଧଉଳି ନିକଟରୁ ଆରମ୍ଭ ହୋଇ 31 ଅକ୍ଟୋବରରେ ରତ୍ନଗିରିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି. ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୂଟାନ, ନେପାଳ, ଅଷ୍ଟ୍ରେଲିଆ, ତିବତ, ମାଲେସିଆ, ସିଙ୍ଗାପୁର ଓ ତାଇୱାନ ସମେତ ସାତଟି ଦେଶର ପ୍ରତିନିଧିମାନେ ଯୋଗଦେଇଛନ୍ତି.

LEAVE A REPLY

Please enter your comment!
Please enter your name here