ପପୁ ପମପମଙ୍କ ଅପକମିଙ୍ଗ ଫିଲ୍ମ ମିଷ୍ଟର କହ୍ନେୟାକୁ ନେଇ ଚାଲିଥିବା ବିବାଦର ଅନ୍ତ ନଘଟୁଣୁ ପୁଣି ରଙ୍ଗିଲା ହିରୋ ପପୁ ପମପମ ଛନ୍ଦି ହୋଇଛନ୍ତି ଆଉ ଏକ ବିବାଦରେ । ଦୁଇଟି ଯାକ ବିବାଦରେ ସେ ନାରୀ ମାନଙ୍କୁ ଅସମ୍ମାନିତ କରିଥିବା ଜଣାପଣିଛି । ସେ ନିଜେ ଜଣେ କମେଡି କିଙ୍ଗ ହୋଇଥିବା ବେଳେ,ତାଙ୍କ ଚତୁର୍ପାଶ୍ୱରେ ଘଟୁଥିବା ଘଟଣାକୁ ମଧ୍ୟ ସେ କମେଡିର ରୂପ ଦେଉଛନ୍ତି । ଯାହାକି ସବୁ ସମୟରେ ଠିକ ହୋଇ ନଥାଏ । ଏବେ ପଶ୍ଚିମବଙ୍ଗର ରାନାଘାଟ ରେଲୱ ଷ୍ଟେସନରେ ଲତାମଙ୍ଗେଶକରଙ୍କ ଏକ ହିନ୍ଦୀ ଗୀତ ଗାଇ ଚର୍ଚ୍ଚାରେ ଥିବା ରାନୁ ମଣ୍ଡଳଙ୍କ କଥା ଆପଣ ଜାଣିଥିବେ । ରେଲୱ ଷ୍ଟେସନରୁ ସିଧା ବଲିଉଡ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିଆଁଙ୍କ ଷ୍ଟୁଡିଓରେ ତାଙ୍କ ଆଗମୀ ଫିଲ୍ମ ପାଇଁ ଗୀତ ଗାଇ ସେ ରାତାରାତି ବଲିଉଡ ଷ୍ଟାର ପାଲଟିଛନ୍ତି । ତାର ଗୀତ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ହେଲେ ଏହି ଗୀତକୁ ନେଇ ଏବେ ପପୁ ଫସିଯାଇଛନ୍ତି ବିବାଦର ମାୟା ଜାଲରେ । ସେ ରାନୁଙ୍କ ଗୀତକୁ ପୁରା ନକଲ କରିଛନ୍ତି । ରାନୁ ଯେପରି ଶାଢୀ ପିନ୍ଧି ସେ ଗୀତ ପରିବେଶଣ କରିଥିଲେ ପପୁ ମଧ୍ୟ ସେମିିତି ଶାଢୀ ପିନ୍ଧି ମୁଣ୍ଡରେ ବାଳ ଲଗାଇ ରାନୁଙ୍କ ଷ୍ଟାଇଲରେ ଆକୁରେଟ ସେ ଗୀତ ପରିବେଷଣ କରିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ପପୁଙ୍କ ଏପରି କାର୍ଯ୍ୟକଳାପକୁ ତାଚ୍ଛଲ୍ୟ କରିଛନ୍ତି । କିଛି ଲୋକ ସୋସିଆଲ ମିଡିଆରେ ତାଙ୍କ ମତ ରଖି କହିଛନ୍ତି ଯେ,ପପୁ ନାରୀଙ୍କୁ ସମ୍ମାନ ଦେବା ଶିଖି ଆହାନ୍ତି । ସେ ଜଣେ ଅଭଦ୍ର ଲୋକ । ସେ ତାଙ୍କ ଜୀବନରେ କେବେ ସୁଧୁରି ପାରିବେନି । ସେ ନିଜେ ଚର୍ଚ୍ଚାରେ ରହିବାକୁ ଏହି ଶସ୍ତା କାମ କରୁଛନ୍ତି । ଏନେଇ ପପୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।