କଡା ସୁରକ୍ଷା ମଧ୍ୟରେ ଆଜି ଖୋଲା ହୋଇଛି ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ୪ମାସ ବ୍ୟବଧାନରେ ଆଜି ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଗଣତି କାର୍ଯ୍ୟ ଜାରି ରହିଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଗଣତି କାର୍ଯ୍ୟ ଦିନ ତମାମ ଜାରି ରହିବ । ଅତିରିକ୍ତ ତହସିଲଦାର ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ବିଭିନ୍ନ ହୁଣ୍ଡିକୁ ଖୋଲାଯାଇ ଟଙ୍କା ଗଣତି କରାଯାଇଛି । ସେହିପରି ଦାନ ହୁଣ୍ଡିରୁ କିଛି ଅଚଳ ୫ଶହ ଟଙ୍କିଆ ନୋଟ ମଧ୍ୟ ବାହାରିଛି । ଗତ ଥର ଗଣତିରେ ଦାନ ହୁଣ୍ଡିରୁ ନଗଦ ୫୩ ଲକ୍ଷ ୧୩ ହଜାର ୭୫୦ ଟଙ୍କା , ୪୦ ଗ୍ରାମ ସୁନା ଓ ୨ କିଲୋ ୪୦ ଗ୍ରାମ ରୂପା ଅଳଙ୍କାର ବାହାରିଥିଲା । ତେବେ ଆଜିର ଗଣତିରେ ନଗତ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା, ୧୦୨ ଗ୍ରାମ ସୁନା, ୨ କେଜି ୩୪୭ ଗ୍ରାମ ରୂପା, ପୁରୁଣା ୫୦୦ ଟଙ୍କା ନୋଟ ୭୯ଟି ଓ ଗୋଟିଏ ପୁରୁଣା ୧୦୦୦ ଟଙ୍କିଆ ନୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here