ସମସ୍ତଙ୍କୁ ଛାଡି ଆରପାରିରେ ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀ. ଲୋକମାନଙ୍କ ପାଖରେ ପହଂଚିବାକୁ ସର୍ବଦା ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀଙ୍କର କାହାଣୀ ଅପେକ୍ଷାକୃତ ରହସ୍ୟପୂର୍ଣ୍ଣ ଥିଲା. ବାଜପେୟୀଙ୍କୁ ସମସ୍ତେ ଅଟଲ ଜୀ ସମ୍ବୋଧନ କରୁଥିଲେ. ବାସ୍ତବିକ ସେ ଥିଲେ ରାଷ୍ଟ୍ରନୀତିଜ୍ଞ. ତାଙ୍କର ଜନ୍ମ 25 ଡିସେମ୍ବର 1924 ମସିହାରେ ଗ୍ୱାଲିଅର୍ ଷ୍ଟେଟର ବ୍ରିଟିଶ୍ ଇଣ୍ଡିଆ (ବର୍ତ୍ତମାନର ମଧ୍ୟପ୍ରଦେଶ) ରେ ହୋଇଥିଲା. ସେ ଗୋର୍ଖିର ବାରା ଠାରେ ଥିବା ସ୍କୁଲରେ ତାଙ୍କର ଦଶମ ପାଠ୍ୟକ୍ରମ ସାରିଥିଲେ. ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ ସେ ଭିକ୍ଟୋରିଆ କଲେଜରୁ ହିନ୍ଦୀ,ଇଂଲିଶ ଓ ସଂସ୍କୃତରେ ସ୍ନାତକତ୍ତୋର ହାସଲ କରିଥିଲେ ଓ ଆଙ୍ଗ୍ଲୋ ଭେଦିକ୍ କଲେଜରୁ ପଲିଟିକାଲ ସାଇନସ୍ ରେ ଏମଏ କରିଥିଲେ. ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ବାଜପେୟୀ ନନଭେଜ୍ ଖାଇବାକୁ ପସନ୍ଦ କରୁଥିଲେ.ଏହା ଛଡା ତାଙ୍କର ବୁଲିବା,ରୋଷେଇ କରିବା,ଗୀତ ଶୁଣିବାରେ ମଧ୍ୟ ରୁଚି ରହିଥିଲା. ତାଙ୍କ ପିତାଙ୍କ ନାମ କ୍ରିଷ୍ଣା ବିହାରୀ ବାଜପେୟୀ ଯିଏ ଜଣେ କବି ଓ ସ୍କୁଲ ଶିକ୍ଷକ ଥିଲେ ଏବଂ ମାଆ କ୍ରିଷ୍ଣା ଦେବୀ ଥିଲେ ଗୃହିଣୀ.

ରାଜନୀତିରେ ରୁଚି ରଖୁଥିବା ବାଜପେୟୀ 1939ରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ସଦସ୍ୟତା ନେଇଥଲେ. 1942ରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ 23 ଦିନ ପାଇଁ ଗିରଫ ହୋଇଥିଲେ. ପରେ ସେ ଭାରତୀୟ ଜନସଂଘ ଓ ବିଜେପିର ନେତୃତ୍ବ ନେଇ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ. 1975ରେ ଜରୁରୀକାଳିନ ପରିସ୍ଥିତି ସମୟରେ ତାଙ୍କୁ ଗିରଫ କରାଯାଇଥିଲା.  1992ରେ ପଦ୍ମ ବିଭୂଷଣ, 1994ରେ ବେଷ୍ଟ ପାର୍ଲିଆମେଣ୍ଟରିଆନ ଓ 2015ରେ ଭାରତ ରତ୍ନ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା.

1996ରେ 13 ଦିନ ପାଇଁ ଏବଂ 1998ରେ 13 ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବାଜପେୟୀ 1999ରୁ 2004 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ. ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି.

LEAVE A REPLY

Please enter your comment!
Please enter your name here