ରାଜ୍ୟରେ କରୋନା ପଜିଟିଭ୍ ହୋଇ ସୁସ୍ଥ ହେବା ପରେ ବି ପୁଣି ସଂକ୍ରମଣ ହେଉଛି । କରୋନା ରି-ଇନଫେକ୍ସନ ସଂପର୍କରେ ଏଭଳି ଗୁରୁତ୍ବପୂଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଶ୍ରୀ ପରିଡା କହିଛନ୍ତି, ପୁନଃସଂକ୍ରମଣ ସଂପର୍କରେ ତର୍ଜମା କରାଯାଉଛି । ତେଣୁ ଥରେ ପଜିଟିଭ୍ ହେବା ପରେ ଆଉ କରୋନା ସଂକ୍ରମଣ ହେବ ନାହିଁ ଭାବି ବେପରଓା ହେବା ଠିକ୍ ନୁହେଁ । ଏବେ ରାଜ୍ୟରେ ପ୍ରତିଦିନ ହାରାହାରି 1500 କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ଶୀତଋତୁରେ ଅଧିକ ସଂକ୍ରମଣ ହେବା ନେଇ ସେ ଆଶଙ୍କା କରିଛନ୍ତି । ଅନ୍ୟପକ୍ଷରେ କରୋନାଜନିତ ମୃତ୍ୟୁସଂଖ୍ୟା ଆଜି ତେରଶହ ଟପିଛି । ରାଜ୍ୟରେ କରୋନା ସଂକ୍ରମଣରେ ଆଜି 11 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା 1308କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here