ଆସନ୍ତାକାଲି ମାଟ୍ରିକ ପରୀକ୍ଷା । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲାଗିଛି । ପରୀକ୍ଷା ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ଥର ଲାଗି ୧୧୩ କଲେଜ ଅଧ୍ୟାପକଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ ହୋଇଛି । ଏମାନେ ପରୀକ୍ଷା ପରିଚାଳନା ଉପରେ ନଜର ରଖିବେ । ଦୁଇ ହଜାର ୮୮୮ ଟି ନୋଡାଲ ସେଣ୍ଟରରେ ଜଣେ ଜଣେ ଅବଜରଭର ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ । ତେବେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ଲାଗି ଏଥର ବିଶେଷଭାବେ ପଦକ୍ଷେପ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here