ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୁପାଲି ଥାନା ତମାମୁରା ଗାଁରେ ଘଟିଛି ଘଟଣା । ଗାଁର ଚନ୍ଦ୍ରମୁଣି ଭୁଇଁ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରେ ପରେ କେନାଲରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ପାଣିରେ ବୁଡି ତାଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି । ଗାଁଲୋକେ ଖବର ଦେବା ପରେ ପୋଲିସ ଆସି ମୃତ ଦେହ ଉଦ୍ଧାର କରିଥିଲା । ବିନିକା ଡାକ୍ତରଖାନାରେ ମୃତ ଦେହର ବ୍ୟବଛେଦ କରାଯିବାପରେ ଚନ୍ଦ୍ରମଣିଙ୍କ ମୃତ ଦେହକୁ ତାଙ୍କ ସ୍ତ୍ରୀ ପାର୍ବତିଙ୍କୁ ହସ୍ତାନ୍ତର କରାଯାଇଥିଲା । ପାର୍ବତୀଙ୍କ କେହି ଆତ୍ମୀୟ ସ୍ୱଜନ ନଥିବାରୁ ସେ ନିଜେ ସ୍ୱାମୀଙ୍କ ଚିତାକୁ ମୁଖାଗ୍ନି କରିଥିଲେ । ସତ୍କାର ସମୟରେ ଅବଶ୍ୟ ସରପଞ୍ଚ ଙ୍କ ସହିତ ଗାଁ ଲୋକେ ତାଙ୍କୁ ସାହାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here