ଆଜି ରାଜ୍ୟରେ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାୟଗଡା, ବଲାଙ୍ଗୀର , ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୪୫ ବର୍ଷୀୟ ପୁରୁଷ, ୫୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାର ୨ ମୃତକ ଭୁବନେଶ୍ୱରର ୬୫ ଓ ୫୬ ବର୍ଷୀୟ ପୁରୁଷ । ରାୟଗଡାର ୬୦ ବର୍ଷୀୟ ପୁରୁଷ, ବଲାଙ୍ଗୀରର-୪୦ ବର୍ଷୀୟ, ଭଦ୍ରକର ୬୨ ବର୍ଷୀୟ ପୁରୁଷ ଆଖି ବୁଜିଛନ୍ତି । ବରଗଡର ମୃତକ ୬୧ ବର୍ଷୀୟା ମହିଳା ।
ଦିନକୁ ଦିନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩୬୮୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୭୭୫ଜଣ ଆକ୍ରାନ୍ତ ଥିବାବେଳେ ରାୟଗଡ଼ାରେ ୪୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୬୯,ମୟୁରଭଞ୍ଜ-୨୭,କୋରାପୁଟ-୧୪୦,ବରଗଡ଼-୧୫୨,ସମ୍ବଲପୁର-୧୨୮,ଗଞ୍ଜାମ-୧୭୪,ପୁରୀ-୧୧୫ ଓ ନୟାଗଡ଼ରୁ ୧୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଯାଜପୁରରୁ ୮୮,ବାଲେଶ୍ୱରରୁ ୮୭,ମାଲକାନାଗିରିରୁ ୮୬,ବଲାଙ୍ଗିରରୁ୬୮,ଢ଼େଙ୍କାନାଳରୁ୬୧,କେନ୍ଦୁଝରରୁ୫୯,ଅନୁଗୁଳରୁ ୫୬,ବରଗଡ଼ରୁ ୫୧,ଗଜପତିରୁ୪୮,କେନ୍ଦ୍ରାପଡ଼ା ଓ ଜଗିସିଂହପୁରରୁ ୪୪,କନ୍ଧମାଳରୁ ୩୬,ନବରଙ୍ଗପୁରରୁ ୩୮,ସୋନପୁର ଓ ସୁନ୍ଦରଗଡରୁ୨୭,ନୁଆପଡ଼ାରୁ୨୩,ବøଦ୍ଧ ଓ ଦେଓଗଡ଼ରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ କରି ସଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ ପହଁଞ୍ଚିଛି ।

LEAVE A REPLY

Please enter your comment!
Please enter your name here