Hindu devotees seek blessings from the Rath or Chariot of Lord Jagannath during the Rath Yatra, also known as the "the Chariot Festival", in the eastern Indian city of Siliguri June 24, 2009. The annual religious procession commemorates the legendary journey of Lord Jagannath to his birthplace in the northern Indian city of Mathura. REUTERS/Rupak De Chowdhuri (INDIA SOCIETY RELIGION)

ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରଭୁଙ୍କ ରଥଚକ । ରଥଚକ ପାଇବା ପାଇଁ ଶ୍ରଦ୍ଧାଳୁମାନେ ଆବେଦନ କରିବେ ଏବଂ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିଲେ ଲଟେରୀ ମାଧ୍ୟମରେ ରଥଚକ ପ୍ରଦାନ କରାଯିବ । ତେବେ ରତଚକ ପ୍ରଦାନ କରିବା ପାଇଁ ଏକ ଚୟନ କମିଟି କରାଯିବାକୁ ସ୍ଥିର ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇତିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏହି ସୂଚନା ଦେଇଛନ୍ତି ।

ସେହିପରି ଆସନ୍ତା ବର୍ଷ ଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ମାଟିତୋଟାରେ 17 ଏକର ଜମିରେ ଗୁରୁକୁଳ ନିର୍ମାଣ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟୀ ଗଠନ କରାଯିବ ଏବଂ ଗଜପତି ଏହି କମିଟିର ଅଧ୍ୟକ୍ଷ ରହିବେ । ଆଉ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯିବ । ଗୁରୁକୁଳ ପାଇଁ ଯାହା ଅର୍ଥ ଖର୍ଚ୍ଚ ହେବ, ରାଜ୍ୟ ସରକାର ବହନ କରିବେ ।

LEAVE A REPLY

Please enter your comment!
Please enter your name here