କରୋନା ପାଇଁ ସବୁ ଲକ୍‌ଡାଉନ । ଘରୁ ବାହାରକୁ ବାହାରିବା ମନା । ଘରୁ ବାହାରିଲେ ପୋଲିସ ନାକାବନ୍ଦୀର ଭୟ । ଏଭଳି ସ୍ଥିତିରେ କିଛି ଲୋକ ଗଳାବାଟ ଖୋଜିଥିଲେ । ଛଜଣ ଯାତ୍ରୀଙ୍କୁ ନେଇ ଆମ୍ବୁଲାନ୍ସ ଓଡଙ୍ଗାରୁ ଦାମନଯୋଡି ଅଭିମୁଖେ ବାହାରିଥିଲା । ମାତ୍ର ବେଆଇନ ଭାବେ ଆମ୍ବୁଲାନ୍ସରେ ଯିବା ସାଧାରଣ ଯାତ୍ରୀଙ୍କୁ ମହଙ୍ଗା ପଡିଥିଲା । ବାଟରେ ପୋଲିସ ହାବୁଡରେ ପଡିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଯାତ୍ରୀ । ପୋଲିସ ଯାଞ୍ଚ କଲାବେଳେ ଧରାପଡିଯାଇଥିଲା ସାଧାରଣ ଯାତ୍ରୀ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଚାଲ୍ । ପୋଲିସ ଡ୍ରାଇଭର ଏବଂ ସମସ୍ତ ୬ ଜଣ ଯାତ୍ରୀଙ୍କୁ ଥାନାରେ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here