କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକ ତହସିଲଦାର ଭିଜିଲ୍ାନ୍ସ ଜାଲରେ । ରିଞ୍ଜା ପଞ୍ଚାୟତ ଦେଓ ଗାଁ ଲାଲସାହେବ ସାହୁଙ୍କ ଜମିର ମ୍ୟୁଟେସନ କରିବା ପାଇଁ ଲାଞ୍ଚନେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ । ତହସିଲଦାର ଅବନୀକାନ୍ତ ସାହୁ ଜମି ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଲସାହେବ ଏ ସଂପର୍କରେ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ତହସିଲଦାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ । ଜୟପୁର ଡିଏସପି ହରେକୃଷ୍ଣ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଭବାନିପାଟଣାର ଡିଏସପି ସତ୍ୟବାନ ମାହାନ୍ତ, ରାୟଗଡାର ସୁଶାନ୍ତ କୁମାର ବିଶ୍ୱାଳ, ଜୟପୁର ଡିଏସପି ଶରତ ଚନ୍ଦ୍ର ସାହୁ, ନବରଙ୍ଗପୁର ଇନିସପେକ୍ଟର ଦିନବନ୍ଧୁ ବେହେରା, ନୁଆପଡା ଇନିସପେକ୍ଟର ଡି ବାସୁଦେବ ରାଓ, ପ୍ରକାଶ ଚନ୍ଦ୍ର ସାହୁ ଓ ଗୁଣନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here