ଖରାବେଳେ ପୁରୀ ବେଳାଭୂମିରେ ସମୁଦ୍ର ମଜା ନେଉଥିଲେ । ସାଥିରେ ଥିଲେ ପୁରା ପରିବାର । ପୁଅ ସହ ସମୁଦ୍ରରେ ଖେଳୁଥିଲେ । ସମୁଦ୍ର ଲହଡି ଭିତରେ ବାପପୁଅ ଫଟୋ ପୋଜ୍ ଦେଉଥିଲେ । ମାତ୍ର ଏମିତି ଦୁଃଖଦ ମୁହୂର୍ତ୍ତ ଯେ ଅପେକ୍ଷା କରିଛି, ତାହା ସେମାନଙ୍କ କଳ୍ପନା ବାହାରେ ଥିଲା । ପୁଅ ସାଙ୍ଗରେ ଖେଳକୁଦ କରୁ କରୁ ବାପା ନିଜର ଦୁଃସାହସିକତା ଦେଖାଇଥିଲେ । ସମୁଦ୍ର ଭିତରକୁ ଲମ୍ଫ ଦେଇଥିଲେ । କୂଳରେ ଛିଡା ହୋଇ ବାପାଙ୍କ ଦୁଃସାହସିକତାର ଆନନ୍ଦ ନେଉଥିଲା ପୁଅ । କେହି ସଂପର୍କୀୟ ବି ଏହାର ଭିଡିଓ ସୁଟ୍ କରୁଥିଲେ । ମାତ୍ର କିଛି ସମୟ ବିତିଗଲା, ହେଲେ ବାପା ଫେରିଲେନି । ଅଥଳ ସମୁଦ୍ର ଭିତରେ ନିଖୋଜ ହୋଇଗଲେ ବାପା ।
ଆଜି ପୁରୀ ବେଳାଭୂମିରେ ଘଟିଛି ଏମିତି କିଛି ଅଘଟଣ । ବାଲେଶ୍ବରର ବଂଶୀଧର ବେହେରା ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ସମୁଦ୍ର ଲହଡିର ମଜା ନେଉଥିଲେ । ମାତ୍ର ସମୁଦ୍ର ଭିତରକୁ ଲମ୍ଫ ଦେଇ ସେ ନିଖୋଜ ହୋଇଯାଇଛନ୍ତି । ବଂଶୀଧର ସମୁଦ୍ର ଭିତରେ ନିଖୋଜ ହୋଇଯାଇଛନ୍ତି ବୋଲି ଜାଣିବା ବେଳକୁ ବି ବହୁତ ବିଳମ୍ବ ହୋଇଯାଇଥିଲା । ଅନେକ ଖୋଜାଖୋଜି ପରେ ବି ବଂଶୀଧରଙ୍କ ପତ୍ତା ମିଳିନି ।

LEAVE A REPLY

Please enter your comment!
Please enter your name here