୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଟଙ୍କାର ଫାଇନ୍ । କଟକ ଦୋଳମୁଣ୍ଡାଇର ଏକ ସପିଂ ମଲ୍ କୁ ଏଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ତାଙ୍କୁ ନୋଟିସ୍ କରାଯାଇଛି । ଆବେଦନକାରୀଙ୍କୁ ମାନସିକ ନିର୍ଯ୍ୟାତନା ପାଇଁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାଦାମବାଡି ଥାନା ଅଞ୍ଚଳର ଏକ ସପିଂ ମଲରେ ଗ୍ରାହକ ସପିଂ କରିବା ପରେ ତାଙ୍କ ଠାରୁ କ୍ୟାରିବ୍ୟାଗ୍ ପାଇଁ ୬ ଟଙ୍କା ନିଆଯାଇଥିଲା । ତେବେ ସପିଂ କରିବା ସମୟରେ କ୍ୟାରିବ୍ୟାଗ୍ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବା ପାଇଁ ପଡିବ ବୋଲି କୁହାଯାଇନଥିଲା କି କୌଣସି ଫଳକ ଲାଗିନଥିଲା । ଯାହାକୁ ବିରୋଧ କରିବା ସହ ଲିଗାଲ ନୋଟିସ୍ ପଠାଇଥିଲେ ମଧ୍ୟ ଆକ୍ସନ କିଛି ନିଆଯାଇନଥିଲା । ଏହାପରେ ସେ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ

LEAVE A REPLY

Please enter your comment!
Please enter your name here