କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡଦୁଆ ଘାଟି ଦୁର୍ଘଟଣାରେ ମୃତକଙ୍କ ସମୂହ ସଂସ୍କାର ଶୋକାକୁଳ ପରିବେଶ ମଧ୍ୟରେ ହୋଇଛି. ବ୍ରାହ୍ମଣୀ ଗାଁ, ଗଦାପୁର, ସୁଲୁମାହା ଓ କଲିଙ୍ଗି ଗାଁର ଲୋକଙ୍କ ଉପସ୍ଥିତିରେ ଖ୍ରୀଷ୍ଟୀୟ ରୀତିନୀତିରେ ସମୂହ ସଂସ୍କାର ହୋଇଥିଲା. ମୃତକଙ୍କ ମଧ୍ୟରେ ଅଛନ୍ତି, ସ୍ନିଗଧା ବଡସେଟ, କୁଞ୍ଜଲତା ପ୍ରଧାନ, ଲିଜାରାଣୀ ପ୍ରଧାନ, ସାରିଆ ବଡସେଟ, ସେଲିନା ଦିଗାଳ, ଲାଜାର ଦିଗାଳ, ଆଲମିନା ହାବଡା, ଦୀପକ ନାୟକ, ପ୍ରମିଳା ଛାଟିଆ, ମସିହ ପାଲଟାସିଂ. ସୂଚନାଯୋଗ୍ୟ, ଗତ 22 ତାରିଖରେ ଦାରିଙ୍ଗିବାଡିରୁ ବ୍ରାହ୍ମଣୀ ଗାଁକୁ ମିନି ଟ୍ରକ୍ ଯାଉଥିବା ବେଳେ ବାହ୍ମଣୀ ଗାଁ ନିକଟରେ ଗାଡିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି.

LEAVE A REPLY

Please enter your comment!
Please enter your name here