ବୁଧବାର ସୁପ୍ରିମକୋର୍ଟ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ଶ୍ରୀମନ୍ଦିର ସଂସ୍କାର ପାଇଁ ନୂଆ ଆମିକସ କ୍ୟୁରୀ ରୂପେ ନିଯୁକ୍ତ ଦେଇଛନ୍ତି. ଓକିଲ ମୃଣାଳିନୀ ପାଢୀଙ୍କ ତରଫରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ଜଷ୍ଟିସ ଏକେ ସିକ୍ରି, ଜଷ୍ଟିସ ଏମକେ ଶାହା ଏବଂ ଜଷ୍ଟିସ ଅବଦୁଲ ନାଜିରଙ୍କୁ ନେଇ ଏକ ତିନିଜଣିଆ ବେଞ୍ଚ ପ୍ରସ୍ତୁତ ହୋଇଥିଲା. ବର୍ତ୍ତମାନ, ଏହାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ 5 ତାରିଖରେ କରାଯିବ. ଶ୍ରୀମନ୍ଦିର ସଂସ୍କାର ନେଇ ପୂର୍ବରୁ ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦ ଖାଲି ପଡ଼ିଥିଲା. ତାଙ୍କ ସ୍ଥାନରେ ବର୍ତ୍ତମାନ ରଞ୍ଜିତଙ୍କୁ ଏହି ଦାୟିତ୍ୱ ଦିଆଗଲା.