ପାକିସ୍ତାନ ସରକାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଲୋକଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି. ପ୍ରଶ୍ନଟି ହେଲା- ପାକିସ୍ତାନର ରାଷ୍ଟ୍ରୀୟ ମିଠା କ’ଣ ? ଆଉ ଏହି ପ୍ରଶ୍ନର ଉତ୍ତର ପାଇଁ ତିନୋଟି ଅପ୍ସନ ଥିଲା. ତାହା ହେଲା ଜିଲାପି, ଗୋଲାପ ଜାମୁନ୍ ଓ ବର୍ଫି. ଅଧିକାଂଶ ପାକିସ୍ତାନୀ ଗୋଲାପ ଜାମୁନକୁ ବାଛିଥିଲେ. ଅନ୍ୟପଟେ ଏହାର ଉତ୍ତର ଅନେକ ଟ୍ୱିଟରରେ କମେଣ୍ଟ ମାଧ୍ୟମରେ ଦେଇଥିଲେ. କିଏ କହିଲେ ଯାହାବି ମିଳିବ ତାକୁ ରାଷ୍ଟ୍ରୀୟ ମିଠା ଭାବି ଖାଇଦବୁ ତ ଆଉ କିଏ କହିଲେ କ’ଣ ହାଲୱା ଆଉ ସୋନ୍ ପାମ୍ପଡିକୁ ଭୁଲିଗଲ କି ? ଆଉ କିଛି କହିଲେ, ପାକିସ୍ତାନର ଅଧିକ ଲୋକ ଜିଲାପି ଖାଇବାକୁ ପସନ୍ଦ କରନ୍ତି. ଏଭଳି ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଲା ପରେ ପାକିସ୍ତାନ ସରକାର ଏହି ପ୍ରଶ୍ନର ଜବାବ ଦେବା ପାଇଁ କ୍ୱିଜରେ ପ୍ରାୟ 15 ହଜାର ଲୋକଙ୍କୁ ସାମିଲ କଲେ. ଏଥିରେ ସବୁଠୁ ଅଧିକ ଅର୍ଥାତ 47 ପ୍ରତିଶତ ଭୋଟ ଗୋଲାପ ଜାମୁନକୁ ମିଳିଥିଲା. ପରେ 34 ପ୍ରତିଶତ ଭୋଟ ବର୍ଫିକୁ ମିଳିଥିଲା ବେଳେ 19 ପ୍ରତିଶତ ଲୋକ ଜିଲାପିକୁ ଭୋଟ ଦେଇଥିଲେ.

LEAVE A REPLY

Please enter your comment!
Please enter your name here