ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କ ସୁଧରୁ ଶ୍ରୀମନ୍ଦିର ପାଇଁ ଯଥେଷ୍ଟ ଆୟ ହେଉ ନଥିବାରୁ ବିକଳ୍ପ ବ୍ୟବସ୍ଖା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଆସନ୍ତା 2023 ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି ଏକ ହଜାର କୋଟିକୁ ବୃଦ୍ଧି କରିବାକୁ ଟାର୍ଗେଟ କରାଯାଇଛି । ଆସନ୍ତା ବର୍ଷ ସୁଦ୍ଧା ପାଣ୍ଠି ପରିମାଣ 750 କୋଟିକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ପାଇଁ ଚଳିତବର୍ଷର ବଜେଟ 202 କୋଟି ଟଙ୍କା ରଖାଯାଇଛି । ଏଥିରେ ରଥଯାତ୍ରା ପାଇଁ 220 କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ସେବାୟତଙ୍କ ସହାୟତା ପାଇଁ ପାଞ୍ଚ କୋଟି ଟଙ୍କା ରଖାଯାଇଛି । ସେବାୟତଙ୍କ ଚିକିତ୍ସା ପାଇଁ ବଜେଟରେ ପଚାଶ ଲକ୍ଷ ବରାଦ କରାଯାଇଛି ।