ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଓଡିଶା ବିଜେପି ସାଂସଦମାନେ ଭେଟିବା ପରେ ଜାଭେଡକର ଟୁଇଟ୍ କରିଛନ୍ତି । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହିତ ସାହାର୍ଯ୍ୟ କରିବ ଟିମ୍ । ରାଜ୍ୟ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭେଟି ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here