ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କର ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି । ଶରୀରରେ ଆଉ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଶନିବାର ଧର୍ମେନ୍ଦ୍ରଙ୍କର ଝୁଲନ୍ତା ମୃତଦେହ ଘର ବାଲକୋନିରୁ ମିଳିଥିଲା । ମାମଲାରେ ପୋଲିସ ଟିମ୍ ଧର୍ମେନ୍ଦ୍ରଙ୍କର ଶିଶୁପାଳ ଗଡ ସ୍ଥିତ ଲକ୍ଷ୍ମୀବିହାର ଘରେ ପହଁଞ୍ଚି ତାଙ୍କର ପତ୍ନୀ ଏବଂ ପରିବାର ଲୋକଙ୍କୁ ଏବଂ ଉପର ମହଲାରେ ରହୁଥିବା ରୋଷେୟାଙ୍କ ପରିବାରକୁ ପଚରାଉଚରା କରିଥିଲେ । ଏହାପରେ ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କର ଦୁଇଟି ମୋବାଇଲକୁ ଯାଞ୍ଚ ପାଇଁ ଫରେନସିକ ଲ୍ୟାବକୁ ପଠାଯାଇଛି । ସିସିଟିଭି ଫୁଟେଜକୁ ମଧ୍ୟ ସିଜ୍ କରିଛି ପୋଲିସ ।