ଗୀତରେ ଗୀତରେ ଝୁମୁଥିଲା ଶୀତୁଆ ସନ୍ଧ୍ୟା । ବାହାରେ ଶୀତ ଅନୁଭୁତ ହେଉଥିବା ବେଳେ ପ୍ରଦର୍ଶନୀ ପଡିଆର ମାହୋଲ ଥିଲା ବେଶ ଗରମ । କିଛି କ୍ଷଣ ପାଇଁ ପ୍ରଦର୍ଶନୀ ପଡିଆ ପାଲଟିଥିଲା ପ୍ରେମ ରାଇଜ । ବେପନହା ପ୍ୟାର ହେ ଆଜା… ହସମତ ପାଗଲେ ପ୍ୟାର ହୋ ଜାଏଗା… ତୁଝମେ ରବ୍ ଦେଖତା ହୈ… ତୁ ମିଲେ ଦିଲ୍ ଖିଲେ ଭଳି ଗୋଟିଏ ପରେ ଗୋଟିଏ ମନଛୁଆଁ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ପ୍ରେମର ରାଗିଣୀରେ ଦର୍ଶକଙ୍କୁ ଝୁମେଇଥିଲେ ବଲିଉଡ ପ୍ରିନ୍ସେସ ଶ୍ରେୟା ଘୋଷାଲ । ଶନିବାର ଡଟ୍ ଫେଷ୍ଟ ମାହୋଲ ଥିଲା କିଛି ଏମିତି । ଶ୍ରେୟାଙ୍କ ଗୀତକୁ ଦର୍ଶକ ଉପଭୋଗ ତ କରିଥିଲେ ହେଲେ ଫ୍ୟାନମାନେ ନିଜକୁ ନିୟନ୍ତ୍ରଣ କରିନପାରି ନାଚିବା ଆରମ୍ଭ କରିଦେଇଥିଲେ । ଏମିତି ମନେହେଉଥିଲା ଯେମିତି ଶ୍ରେୟାଙ୍ଗ ସଙ୍ଗୀତ ଶୁଣିବାକୁ ପ୍ରତିଯୋଗିତା ଲାଗିଛି । ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମିତ ହୋଇଥିବାବେଳେ ପ୍ରଦର୍ଶନୀ ପଡିଆକୁ ପ୍ରବେଶ ପୂର୍ବରୁ ଲୋକଙ୍କୁ ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା । ଶ୍ରେୟାଙ୍କୁ ଦେଖିବା ପାଇଁ ପଡିଆ ବାହାରେ ମଧ୍ୟ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥିଲା ।
ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ଭାରତ-କାନାଡା ହକି ବିଶ୍ୱକପ ମ୍ୟାଚ ଚାଲିଥିବାବେଳେ ସଙ୍ଗୀତ ମଞ୍ଚ ଉପରୁ ଶ୍ରେୟା ଭାରତୀୟ ଦଳକୁ ନିଜେ ଚିୟରଅଫ କରିବା ସହ ଦର୍ଶକଙ୍କୁ ତାଙ୍କ ସହ ଚିୟରଅଫ କରିବା ପାଇଁ କହିଥିଲେ । ହକି ଷ୍ଟାଡିୟମରେ ଚିୟର-ଅପ ସ୍ୱର ଯେତିକି ଶୁଭୁନଥିବ ଶନିବାର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ୧୫ ହଜାରରୁ ଅଧିକ ଦର୍ଶକଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here