ରାୟଗଡା ଷ୍ଟେସନ କୁ ଡିଭିଜନ ର ମାନ୍ୟତା ମିଳିବା ପରେ ରେଳବାଇ କର୍ତ୍ତୃପକ୍ଷ ବେଶ ତତ୍ପର ହୋଇ ଉଠିଛନ୍ତି | ଷ୍ଟେସନ ପରିସରରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଛେଦ କରାଯାଇଛି |ତେବେ ଆଜି ସ୍ତିତି ର ଅନୁଧ୍ୟାନ ଏକରିବା ପାଇଁ ପୂର୍ବତଟ ରେଳବାଇ ଜିଏମ ବିଦ୍ୟାଭୂଷଣ ଓ ୱୟଲଟିୟର ଡିଭିଜନ ଡିଆରଏମ ଚେତନ କୁମାର ଶ୍ରୀ ବାସ୍ତବ ପହଂଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି |ଦୁଇ ଜଣ ବରିଷ୍ଠ ଅଧିକାରୀ ଆଜି ସକାଳୁ ଷ୍ଟେସନ ରେ ଓ଼ହଁଚି ଷ୍ଟେସନ ବୁଲି ଦେଖିବା ସହ କେଉଁ ସ୍ଥାନରେ ଡିଆରଏମ କାର୍ଯ୍ୟାଳୟ ହେବ ଓ ଅନ୍ୟାନ୍ୟ ବିଭାଗ ପାଇଁ କଣ ରୂପରେଖ ରହିବ ତାକୁ ନେଇ ସମୀକ୍ଷା କରିଛନ୍ତି | ଦୀର୍ଘ ୩ଘଣ୍ଟା ଧରି ଏହି ଦୁଇ ବରିଷ୍ଠ ଅଧିକାରୀ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି | ତେବେ ଆସନ୍ତା ମାସେ ଦୁଇ ମାସ ମଧ୍ୟରେ ଵିଭହିଁନା କୋଠା ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଏମ କହିବା ସହ ଡିଭିଜନ ହେଲେ ରାୟଗଡା ଜିଲ୍ଲାର ଅର୍ଥନୀତି ଓ ସାମାଜିକ ବିକାଶ ହୋଇ ପାରିବ |

LEAVE A REPLY

Please enter your comment!
Please enter your name here