ରାଜ୍ୟରେ ହେବାକୁ ଥିବା ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳ ବନରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ବିଶ୍ୱବିଦ୍ୟାଳୟ ପାଇଁ ବକୁଳ ବନ ପରିସରରେ ଥିବା କୌଣସି ଗଛ କଟାଯିବ ନାହିଁ । ପରିବେଶ ଓ ଐତିହ୍ୟକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ କରାଯିବ । ବାଲି ପଥରରେ ଏକମହଲା ବିଶିଷ୍ଟ କୋଠାରେ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ । ଖୁବଶୀଘ୍ର ଏଥିପାଇଁ ଓଏସଡି ନିଯୁକ୍ତ କରାଯିବ । ପାନ୍ଥ ନିବାସରେ ଅସ୍ଥାୟୀ ଅଫିସ କରିବାପାଇଁ ବୈଠକରେ ସ୍ଥିର ହୋଇଛି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା । ପୁରୀର ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here