ଦେଶରେ କ୍ରୀଡା ବିଭାଗର ସବୁଠୁ ବଡ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବିଶ୍ୱଚାମ୍ପିୟନ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ । ୨୯ ବର୍ଷୀୟ କୋହିଲିଙ୍କ ନାମ ଦ୍ୱିତୀୟ ଥର ଲାଗି ଏହି ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ଏଥିପୂର୍ବରୁ ୨୦୧୬ରେ ଭାରତୀୟ କ୍ରୀକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା । ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ ଶୀର୍ଷରେ ଥିବା କୋହଲି ଏବେ ଚତ୍ମକାର ଫର୍ମରେ ଅଛନ୍ତି । ଯଦି କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂ ରାଠୋର ବିସିସିଆଇର ସୁପାରିଶକୁ ମଞ୍ଜୁରୀ ଦିଅନ୍ତି, ତେବେ କୋହଲି ତୃତୀୟ କ୍ରିକେଟର ଭାବେ ଖେଳରତ୍ନ ସମ୍ମାନର ଅଧିକାରୀ ହେବେ । ଏଥିପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୧୯୯୭) ଓ ଦୁଇ ଥର ବିଶ୍ୱକପ ଚାମ୍ପିୟନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୨୦୦୭)ରେ ଏହି ସମ୍ମାନ ପାଇଛନ୍ତି ।
ଅନ୍ୟପଟେ ଚାନୁ ଗତ ବର୍ଷ ୪୮ କିଗ୍ରା ବର୍ଗରେ ବିଶ୍ୱଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଚଳିତବର୍ଷ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସମାନ ସଫଳତା ପାଇଥିଲେ । କିନ୍ତୁ ଆହତ ସମସ୍ୟା କାରଣରୁ ଏସିଆନ ଗେମ୍ସରେ ଭାଗ ନେଇପାରିନଥିଲେ ।

LEAVE A REPLY

Please enter your comment!
Please enter your name here