ପୁରୁଷ ହକି ବିଶ୍ୱକପର ସଫଳ ଉଦଯାପନୀ ଉତ୍ସବ ପରେ ଏବେ ଓଡିଶାବାସୀ ତଥା ହକିପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ଘୋଷଣା କରାଯାଇଛି. ତେବେ ଖବରଟି ହେଲା, 2019ର ମଧ୍ୟ ଭାଗରେ ଭୁବନେଶ୍ୱର ପୁଣି ଥରେ ଅଲମ୍ପିକ କ୍ୱାଲିଫାୟର ଆୟୋଜିତ କରିବ ବୋଲି ସୂଚନା ଦେଇଛନ୍ତି ଇଣ୍ଟରନ୍ୟାସନାଲ ହକି ଫେଡେରେସନର ମୁଖ୍ୟ ନରିନ୍ଦର ଧ୍ରୁବ୍ ବାତ୍ରା. କଳିଙ୍ଗରେ ପୁଣିଥରେ ଏଭଳି ଏକ ବଡ ଆୟୋଜନର ଖବର ଶୁଣି ସବୁ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି. ଏହାସହ ଓଡିଶାରେ ଏଭଳି ଏକ ବଡ ଧରଣର ସଫଳ ଆୟୋଜନ ପାଇଁ ଓଡିଶା ସରକାର, ପୋଲିସ ଓ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବାତ୍ରା. ଏହାସହ ଭୁବନେଶ୍ୱରରେ ପୁଣିଥରେ ଅଲମ୍ପିକ କ୍ୱାଲିଫାୟର ଆୟୋଜନ ନେଇ ବହୁତ ଖୁସି ଥିବା ବ୍ୟକ୍ତ କରିଛନ୍ତି ନରିନ୍ଦର.

LEAVE A REPLY

Please enter your comment!
Please enter your name here