ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁରେ ଅଭିଯୋଗ । ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋଲିଆଲ ମିଡିଆ ଜରିଆରେ ଦୂତୀ ଭୋଟ ମାଗିବା ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ହୋଇଛି । ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଅଭିଯୋଗର ଯାଞ୍ଚ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସିଇଓ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜଣେ ଆମ୍ବାସଡର ଏପରି କରିବା ଠିକ ନୁହେଁ । ଦୂତୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଯାଞ୍ଚ ହେବ । ତଦନ୍ତ ହେବା ପରେ ଏନେଇ ସ୍ପଷ୍ଟ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here