ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି । ପୁରୀ ବନ୍ଦ ଡାକରା ଦେବାକୁ ବିଜେପି ଯୋଜନା କରୁଛି । ତେବେ ଏଥିପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି ମୋହନ ମାଝୀ କହିଛନ୍ତି । ପୁରୀରେ ପୋଲିସ ହେପାଜତରେ କେ.ରମେଶ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ପ୍ରତିବାଦ କରି ବିଜେପି ପୁରୀ ବନ୍ଦ ଡାକରା ଦେବାକୁ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here