ରାୟଗଡା ଜିଲ୍ଲା ବିଷମ କଟକ ଚାଟିକଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସପ୍ତମ ଓ ଅଷ୍ଟମ ଶ୍ରେଣୀର ପାଞ୍ଚଜଣ ଛାତ୍ରୀ ହଠାତ୍ ଅସ୍ୱାଭାବିକ ଆଚରଣ ଦେଖାଇବା ଆରମ୍ଭ କଲେ । ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲ ପରିସରରେ ଥିବା ଏକ ଗଛ ତଳେ ଖେଳୁଥିଲେ । ଖେଳିବା ପରେ କ୍ଲାସରୁମକୁ ଆସିଲେ । ମାତ୍ର କ୍ଲାସରୁମରେ ସେମାନେ ବାନ୍ତି କରିବା ସହ ନାଚିବା ଆରମ୍ଭ କଲେ । କ୍ଲାସରୁମରୁ ବାହାରି ସେମାନେ ପୁଣି ସେଇ ଗଛମୂଳକୁ ଯାଇ ଅସ୍ବାଭାବିକ ଭାବେ ନାଚୁଥିଲେ । ଏହି ଘଟଣାକୁ ଛାତ୍ରୀଙ୍କ ଦେହରେ ଭୁତ ଲାଗିଛି ବୋଲି କହି ଶିକ୍ଷକମାନେ ସ୍କୁଲକୁ ଗୁଣିଆ ଡକାଇ ଝଡାଫୁଙ୍କା କଲେ । ଅଭିଭାବକମାନେ ଛାତ୍ରୀମାନଙ୍କୁ ଘରକୁ ନେଇଯାଇଥିଲେ ହେଁ କିଛି ସମୟ ପରେ ଦୁଇଜଣ ଝିଅ ଆସି ସ୍କୁଲ ପରିସରରେ ଥିବା ବୋଟ ଗଛ ତଳକୁ ଆସି ବସିଥିଲେ । ଏହାକୁ ଭୁତ ଲାଗିଥିବା ବିଶ୍ବାସ କରି ଗୁଣିଆ ଝଡାଫୁଙ୍କା କରିଥିଲେ ହେଁ ଅଷ୍ଟମ ଶ୍ରେଣୀର ଜଣେ ଅଧିକ ଅସୁସ୍ଥ ହେବାରୁ ଶିକ୍ଷକମାନେ ୧୦୮ ଆମ୍ବୁଲାନ୍ସ ଡକାଇ ବିଷମ କଟକ ମେଡିକାଲକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here