ନବରଙ୍ଗପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ସ୍କୁଲ ବସ ଘାଟି ତଳକୁ ଖସିଯିବା ଫଳରେ ୩ଜଣ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏହା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ସୂଚନା ମୁତାବକ, ଆଜି ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏକ ପାଠ୍ୟଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍କୁଲ ବସ ଯୋଗେ ଉମରକୋଟରୁ ଚନ୍ଦାହାଣ୍ଡି ଯାଉଥିଲେ । ଏହି ସମୟରେ ବସଟି ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଏହି ଦୂର୍ଘଟଣାରେ ଶିକ୍ଷାକେନ୍ଦ୍ରର ମୁଖ୍ୟ ପରିଚାଳକ ତଥା ଅବସରପ୍ରାପ୍ତ ଶିକ୍ଷକ ଲଳିତ ମୋହନ ପଟ୍ଟନାୟକ ସମେତ ଉମରକୋଟ ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here