ଭୁବନେଶ୍ୱର ଇଶାନ ଅପହରଣ ପଛର ଗୁମର ଖୋଲିଛି । ଇଶାନ ଅଗ୍ରୱାଲଙ୍କ ସାଙ୍ଗ ହିଁ କିଡନାପ ପାଇଁ ରଚିଥିଲା ଷଡଯନ୍ତ୍ର । ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରେ ଧନେଶ୍ୱର ଥିଲା ଇଶାନଙ୍କ ସ୍କୁଲ ସାଙ୍ଗ । ୨୦୧୬ ମସିହାରେ ସେ ଇଶାନଙ୍କ ସହ ପାଠ ପଢୁଥିଲା । ଇଶାନର ସମସ୍ତ ତଥ୍ୟ ଅପହରଣକାରୀଙ୍କୁ ଦେଇଥିଲା ଧନେଶ୍ୱର । ଅପହରଣ ଓ ପର ଘଟଣାର ଡେମୋ ପାଇଁ ୪ ଅଭିଯୁକ୍ତଙ୍କୁ ପୋଲିସ ଘଟଣାସ୍ଥଳକୁ ନେଇଛି ।