ଆଜି ହେରା ପଞ୍ଚମୀ । ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ । ଲକ୍ଷ୍ମୀକୁ ଛାଡି ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ୯ଦିନର ଯାତ୍ରା କରିଛନ୍ତି । ତାଙ୍କୁ ସାଙ୍ଗରେ ଆଣିନଥିବାରୁ ଅଭିମାନ କରିଛନ୍ତି ମା ଲକ୍ଷ୍ମୀ । ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସିବେ ପଦ୍ମାଳୟା । ୯ଦିନର ଯାତ୍ରା ନସରିଲେ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ମହାପ୍ରଭୁ କହିବା ପରେ ମା ଲକ୍ଷ୍ମୀ ରାଗିଯାନ୍ତି । ଏବଂ ଫେରିବା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାଆନ୍ତି । ଆଜି ଏହି ନୀତି ପାଳନ ହେବ ।ଶ୍ରୀମନ୍ଦିରରୁ ଲକ୍ଷ୍ମୀ ସାଆନ୍ତାଣି ଗୁଣ୍ଡିଚା ମନ୍ଦିର ଆସିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here