ପିଲା ବଦମାସୀ କଲେ ଶିକ୍ଷକ ଶିକ୍ଷୟିତ୍ରୀ ମାଡ ମାରନ୍ତି. କିନ୍ତୁ ପିଲାଙ୍କୁ ବାଡେଇବାର ବି ଗୋଟେ ସୀମା ଥାଏ. ମାତ୍ର ଶିକ୍ଷକଙ୍କ ମୁଣ୍ଡକୁ ପିତ ଚହଟି ଯାଇଥିଲା, ରାଗିପାଚି ସେ ଲାଲ୍ ହୋଇଯାଇଥିଲେ. ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରକୁ ବାଡିରେ ପିଟିବା ଆରମ୍ଭ କରିଦେଲେ. ଏମିତି ପିଟିଲେ ଯେ, ଛାତ୍ରର ଦେହ, ହାତ, ପିଠି. ଜଙ୍ଘ ସବୁଠି ନୋଳା ଫାଟିଗଲା. ଯିଏ ଦେଖିଲା ସିଏ ସାରଙ୍କୁ ଗାଳି ଦେବା ଆରମ୍ଭ କଲା, ପିଲାର ଅବସ୍ଥା ଦେଖି ଘର ଲୋକ ବି ବେହୋସ ହୋଇଗଲେ. ଜାଣିଛନ୍ତି, ପିଲାଟିକୁ ସାର୍ ଏମିତି କାହିଁକି ପିଟିଲେ, ପିଲାଟିର ଦୋଷ ଥିଲା ସେ ସଂସ୍କୃତ ଖାତାରେ ଇଂଗ୍ରାଜୀ ଲେଖି ଦେଇଥିଲା. ବାସ୍, ଏତିକିରେ ସଂସ୍କୃତ ସାର୍ ସାରଦା ମହାନ୍ତିଙ୍କ ରାଗ ପଂଚମକୁ ଉଠିଗଲା. ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କନା ଗାଁ ଉଚ୍ଚ ବିଦ୍ୟାଳୟର ଘଟଣା, ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର ବିକାଶ ତାଣ୍ଡି ଏବେ ଶିକ୍ଷକଙ୍କ ମାଡରେ ଗୁରୁତର.

LEAVE A REPLY

Please enter your comment!
Please enter your name here