ମାତ୍ର ଶହେ ଟଙ୍କା ପାଇଁ ହତ୍ୟା । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ ।

ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ ଦେଇଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢେ ଏଗାରଟା ବେଳେ ଜଣେ ବ୍ୟକ୍ତି ହଠାତ ଘର ଭିତରକୁ ପଶି ଆସିଥିଲା । ସେତେବେଳେ ଘରେ କେବଳ ତାଙ୍କ ବୋହୁ ଓ ଝିଆରୀ ଥିଲେ । ଉକ୍ତ ବ୍ୟକ୍ତି ହାତରେ ଟାଙ୍ଗିଆ ଧରି ବେଡରୁମକୁ ପଶିଯାଇଥିଲା ଏବଂ ଶହେ ଟଙ୍କା ମାଗିଥିଲା । ତେବେ ଉକ୍ତ ବ୍ୟକ୍ତି ଘର ଭିତରେ ଥିବା ବେଳେ ପ୍ରଫେସର ଧ୍ରୁବରାଜ ଆସି ପହଞ୍ଚିଥିଲେ । ସେ ସଂପୃକ୍ତ ଯୁବକକୁ ଟାଙ୍ଗିଆ ଧରି ଘରେ କାହିଁକି ପଶିଛୁ, ବାହାର ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଉ ଉକ୍ତ ଯୁବକ ପ୍ରଫେସର ଧ୍ରୁବରାଜଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଝାରସୁଗୁଡା ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସପିଟାଲରେ ପହଞ୍ଚିବା ବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ ।

LEAVE A REPLY

Please enter your comment!
Please enter your name here