ଆସନ୍ତକାଲି ରାୟଗଡା ସହରର ଜିସିଡି ପଡିଆ ଠାରେ ୭୩ତମ ସ୍ୱାଧିନତା ଦିବସ ପାଳିତ ହେବ । ହସ୍ତତନ୍ତ ଓ ବୟନଶଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଏଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ୟାରେଡ ସ୍ଥାନରେ ପୋଲିସ ଛାଉଣୀ ହେବା ସହ ପଡିଆ ମଧ୍ୟରେ ଲୋକମାନଙ୍କୁ ତନତନ କରି ଯାଞ୍ଚ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ଗତକାଲି ଠାରୁ ରାୟଗଡା ସହରକୁ ପ୍ରବେଶ କରୁଥିବା ତିନୋଟି ରାସ୍ତାରେ ପୋଲିସ ପକ୍ଷରୁ ବ୍ଲକିଂ ଓ ଚେକିଙ୍ଗ୍ କରାଯାଇଛି । ସେହିପରି ରାୟଗଡା ଜିଲ୍ଲା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ନିୟମଗିରି ଅଞ୍ଚଳରେ କୋମ୍ବିଂ ଅପରେସନକୁ କଡାକଡି କରାଯାଇଛି । ସିଆରପିଏଫ, ଡିଭିଏଫ ଓ ଜିଲ୍ଲା ପୁଲିସ ପକ୍ଷରୁ କମ୍ବିଂ ଜାରି ରହିଛି । ଗୁଇନ୍ଦା ଖବରକୁ ଆଧାର କରି ନକ୍ସଲ ଗତିବିଧି ଉପରେ ନଜର ରଖାଯିବ ବୋଲି ରାୟଗଡା ଏସପି ଶର୍ବଣା ବିବେକ୍. ଏ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here