କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଗର୍ଜିଛି ବିଜେଡି । ରାଜ୍ୟରେ ବିଜେଡି ଆରମ୍ଭ କରିଛି ହକ ମାଗୁଛି ଓଡ଼ିଶା ଅଭିଯାନ । କେନ୍ଦ୍ରୀୟ ଅବହେଳା ଓ ପକ୍ଷପାତିତାକୁ ଆଧାର କରି ଦଳ ଲୋକଙ୍କ ପାଖକୁ ଯିବ । ପ୍ରାକୃତିକ ଖଣିଜ ପଦାର୍ଥରେ ଭରପୁର ଓଡ଼ିଶା ଦେଶର ସମୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ, ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ର ଅବହେଳା କରୁଥିବା ଅଭିଯ଼ୋଗ ହୋଇଛି । ସେହିପରି  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ନିଯ଼ୁକ୍ତି, ମହାନଦୀ, ଜାତୀୟ ରାଜପଥ ଭଳି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର ଅବହେଳାକୁ ଲୋକଙ୍କୁ ଅବଗତ କରାଇବାକୁ ସ୍ଥିର କରିଛି ଦଳ ।

LEAVE A REPLY

Please enter your comment!
Please enter your name here