ଶାନ୍ତିସ୍ତୁପ ଧଉଳିର ନବୀକରଣ ବେଳେ ବିଭ୍ରାଟ । ନିର୍ମାଣ କାମ ଚାଲିଥିବାବେଳେ ଭୂମି ସ୍ପର୍ଶ ମୁଦ୍ରାରେ ଥିବା ବୁଦ୍ଧଙ୍କ ମୂର୍ତ୍ତି ଭାଙ୍ଗିଥିବା ଅଭିଯୋଗ ହୋଇଛି । ଓଡିଶା ସେତୁ ନିର୍ମାଣ ନିଗମ ବିଭାଗର ତତ୍ତ୍ୱାବଧାନରେ ଏକ ଠିକା ସଂସ୍ଥା ନବୀକରଣ କାମ କରୁଛି । ସ୍ତୁପର ପ୍ରମୁଖ ଦ୍ୱାରର ଦକ୍ଷିଣ ପାଶ୍ୱର୍ରେ ଭୂମି ସ୍ପର୍ଶ ମୁଦ୍ରାରେ ରହିଥିବା ବୁଦ୍ଧ ମୂର୍ତ୍ତିର ଓଠ ତଳ ଭାଙ୍ଗିଯାଇଛି । ପ୍ରାୟ ୫୦ ବର୍ଷ ତଳେ ହ୍ୱାଇଟ ସ୍ୟାଣ୍ଡଷ୍ଟୋନରେ ଏହି ମୂର୍ତି ନିର୍ମାଣ କରାଯାଇଥିଲା । ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁଁ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଉଦବେଗ ପ୍ରକାଶ କରିଛନ୍ତି ପଦ୍ମ ବିଭୂଷଣ ସୁଦର୍ଶନ ସାହୁ । ଓବିସିସିକୁ ବଦନାମ କରିବା ପାଇଁ ଦୁର୍ବୁତ୍ତ ମୂର୍ତ୍ତି ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here