ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲରାରେ ଦାମ ରାଉତଙ୍କ ନାମରେ ଥିବା ଅଭିଯୋଗକୁ ଆଜି ହାଇକୋର୍ଟ ରଦ୍ଦ କରିଛନ୍ତି ।
ପୂର୍ବତନ ବରିଷ୍ଠ ବିଜେଡି ନେତା ତଥା ପାରାଦ୍ୱୀପ ବିଧାୟକ ଦାମ ରାଉତ ହରିଜନ ସମ୍ପର୍କିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏ ସମ୍ପର୍କରେ ପ୍ରଥମେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା । ଏହି ମାମଲାକୁ ଖାରଜ କରିବା ପାଇଁ ଦାମ ରାଉତ ହାଇକୋର୍ଟରେ ଆବେଦନ କରିଥିଲେ । ଆଜି ଏହି ମାମଲାରେ ଶୁଣାଣୀ ବେଳେ ହାଇକୋର୍ଟ ପକ୍ଷରୁ ଅଭିଯୋଗକୁ ରଦ୍ଦ କରିଦେଇଛନ୍ତି । ଏହି ମାମଲାରେ ଦାମଙ୍କୁ ଆଶ୍ୱସ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here