ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି । କନଷ୍ଟେବଳ ମହମ୍ମଦ ମୌସିମ ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲା । କର୍ତ୍ତବ୍ୟରେ ଅବହେଳା କରିଥିବା ତଥା ହାଇଦରକୁ ଫେରାର ହେବାରେ ସାହାଯ୍ୟ କରିଥିବା ଅଭିଯୋଗରେ ପୋଲିସ ମୌସିମଙ୍କୁ ଗିରଫ କରିଛି । ସେହିପରି ସମ୍ବଲପୁର ଜେଲର ଜଣେ ଓ୍ବାର୍ଡରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୂର୍ବରୁ ହାଇଦର ଫେରାର ଘଟଣା ସହ ସଂପୃକ୍ତ ଛ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here