ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ କରାଯିବ । ଏହି ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଅସହମତି ପ୍ରକାଶ କରିବେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ କୋଭିଡ ମହାମାରୀ ସଙ୍କ୍ରମଣ କମିଲେ ପୁନଶ୍ଚ ନିର୍ଦ୍ଧାରିତ ଦିନରେ ପରୀକ୍ଷା ଦେବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ମହାମାରୀ ପାଇଁ ପରୀକ୍ଷା ବାତିଲ ହୋଇଥିବା ନେଇ କହିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତବର୍ଷ ମେ ୩ ତାରିଖରେ ୬ ଲକ୍ଷରୁ ଅଧିକ ପିଲା ମାଟ୍ରିକ ପରୀକ୍ଷା ଦେବା ନେଇ ନିର୍ଦ୍ଧାରିତ ହୋଇଥିଲା । ମଦ୍ରାସା ପରୀକ୍ଷାକୁ ମଧ୍ୟ ବାତିଲ କଲେ ରାଜ୍ୟ ସରକାର । ଗତକାଲି ନବୀନ ନିବାସ ଆଗରେ ଛାତ୍ରଛାତ୍ରାମାନେ ଧାରଣା ଦେଇଥିଲେ । ଏବଂ ପରୀକ୍ଷା ଦ୍ୱନ୍ଦ ଦୂର କରିବା ପାଇଁ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here