ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ. ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ନିୟମଗିରିରେ ମାଓବାଦୀମାନେ 4ଟି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି. ଉକ୍ତ ମାଓ ପୋଷ୍ଟରରେ ମାଓ ସଂଗଠନ ବାଶଧରା ଘୁମୁସୁର ନାଗାବଳୀ ଡିଭିଜନାଲ କମିଟିର ବୋଲି ଉଲ୍ଲେଖ ରହିଛି. ଏହାଛଡା ସମାଜସେବୀ ତଥା ନିୟମଗିରି ସୁରକ୍ଷା ମଞ୍ଚର ଆବାହକ ଲିଙ୍ଗରାଜ ଆଜାଦଙ୍କ ଗିରଫ ଦାବିକୁ ବିରୋଧ କରିବା ସହ ଜନ ଆନ୍ଦୋଳନର ସ୍ୱରକୁ ଚାପିଦେବା ପାଇଁ ସରକାରଙ୍କ ଫାଶିବାଦି ଆକ୍ରମଣକୁ ବିରୋଧ କରିବାକୁ ମାଓପୋଷ୍ଟରରେ ନିବେଦନ କରିଛନ୍ତି ମାଓବାଦୀ. ଅନ୍ୟପଟେ ଜନ ବିରୋଧୀ ନବୀନ ଓ ନରେନ୍ଦ୍ର ମୋଦି ସରକାର ମୁର୍ଦ୍ଦବାଦ ବୋଲି ମଧ୍ୟ ଉଲ୍ଲେଖ ରହିଛି.

LEAVE A REPLY

Please enter your comment!
Please enter your name here