ଆଜି ରାଜ୍ୟରେ କରୋନା ନେଇଛି ୧୦ ଜଣଙ୍କ ଜୀବନ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି । କଟକ ଓ ପୁରୀ ଜିଲ୍ଲାରୁ ସର୍ବାଧିକ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ମୃତ । ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜିଲ୍ଲାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।
ସେହିପରି ସଙ୍କ୍ରମଣରେ ମଧ୍ୟ ବ୍ରେକ୍ ଲାଗୁନି । ଆଜି ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୩୩୦ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୫୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୭୪ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧,୪୧, ୬୫୭ ଏବଂ ଆକ୍ଟିଭ୍ କେସ୍ ରହିଛି ୩୭,୪୬୯ । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୫୪୯, ପୁରୀ-୧୯୨, ଷ୍ଟେଟ ପୁଲ୍‌- ୨୨୫, କନ୍ଧମାଳ-୧୭୮, ଅନୁଗୁଳ-୧୭୬, ଜଗତସିଂହପୁର-୧୬୭, ଯାଜପୁର-୧୫୮, ଝାରସୁଗୁଡା-୧୫୩,ମୟୂରଭଞ୍ଜ-୧୫୨, ନବରଙ୍ଗପୁର-୧୩୩, ସୁନ୍ଦରଗଡ-୧୨୩, ବାଲେଶ୍ୱର-୧୨୧, କେନ୍ଦୁଝର-୧୧୮, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୧୦୭ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୧୦୦, ବରଗଡ-୯୯, କୋରାପୁଟ-୯୪, ରାୟଗଡା-୮୫, ବଲାଙ୍ଗିର-୭୯, ଭଦ୍ରକ-୭୪, ଢେଙ୍କାନାଳ-୬୭, ମାଲକାନଗିରି-୬୩, ନୂଆପଡା-୬୨, ନୟାଗଡ-୫୩, ଗଞ୍ଜାମ-୫୧, ବୌଦ୍ଧ-୪୭, ସବୁର୍ଣ୍ଣପୁର-୨୫, ଗଜପତି-୧୬, ଦେବଗଡରୁ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here