ନିଜ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ଏବେ ପୁଅ କିମ୍ବା ଝିଅ ହେବା ପରେ ପୁରୁଷ କର୍ମଚାରୀଙ୍କୁ ୭୩୦ ଦିନର ପେଡ୍ ଛୁଟି ମିଳିପାରିବ । ଯାହା ଫଳରେ ସେମାନେ ସୁବିଧାରେ ପିଲାଙ୍କର ଲାଳନ ପାଳନ କରି ପାରିବେ । ତେବେ ଏହି ସୁବିଧା ସମସ୍ତଙ୍କ ପାଇଁ ନୁହେଁ । କେବଳ ସେହିମାନଙ୍କ ପାଇଁ ଯେଉଁମାନେ ଏକା ପିଲାର ପାଳନ ପୋଷଣ କରିଥାନ୍ତି । ଅର୍ଥାତ୍ ସିଙ୍ଗଲ ପ୍ୟାରେଂଟସଙ୍କୁ କେବଳ ଏହାର ସୁବିଧା ମିଳିବ ।

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଅବିବାହିତ କିମ୍ବା ଛାଡପତ୍ରପ୍ରାପ୍ତ ପୁରୁଷ କର୍ମଚାରୀ ଏହାର ସୁବିଧା ଉଠାଇ ପାରିବେ । ଏହି ନୂତନ ନିୟମ ଅନୁଯାୟୀ, ଏକ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦରମା ମିଳିବ, କିନ୍ତୁ ଦ୍ୱିତୀୟ ବର୍ଷ ୮୦ ପ୍ରତିଶତ ଦରମା ମିଳିବ । ପୂର୍ବରୁ ମହିଳା ମାନଙ୍କୁ ୬ମାସର ଛୁଟି ଏବଂ ପୁରୁଷ କର୍ମଚାରୀମାନଙ୍କୁ ୧୫ ଦିନର ଛୁଟି ମିଳୁଥିଲା ।

ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ୨୬ ସପ୍ତାହର ଛୁଟି ମିଳୁଥିଲା । ତେବେ ଚାଇଲ୍ଡ କେୟାର ଲିଭ୍ ଅନୁଯାୟୀ ଏବେ ମହିଳା କର୍ମଚାରୀ ଏବଂ ପୁରୁଷ କର୍ମଚାରୀଙ୍କୁ ୭୩୦ ଦିନର ଛୁଟି ମିଳିବ । ଏହି ସୁବିଧା କେବଳ ଦୁଇଟି ସନ୍ତାନ ପାଇଁ ଉପଲବ୍ଧ ରହିବ ।

LEAVE A REPLY

Please enter your comment!
Please enter your name here