ଇଣ୍ଡୋନେସିଆରେ ଲାୟନ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୮୯ ଜଣ ଯାତ୍ରୀ ଇଣ୍ଡୋନେସିଆର ଜାକର୍ତାରେ ଆଜି ସକାଳୁ ସକାଳୁ ବଡ ବିମାନ ଦୁର୍ଘଟଣା ହୋଇଛି. ସୂଚନା ମୁତାବକ, ଲାୟନ ଏୟାର ବିମାନ JT610 ୧୦ ଉଡାଣ କରିବାର ୧୩ ମିନିଟ୍ ପରେ ବିମାନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା. ୧୮୯ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ବିମାନଟି ଜାଭା ସମୁଦ୍ରକୁ ଖସି ଯାଇଥିବାର ଆଶଙ୍କା କରାଯାଉଛି. ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି. ତେବେ ସୂଚନା ମୁତାବକ, ଏହି ବିମାନଟି ସକାଳ ୬.୨୦ ରେ ବାହାରି ୭.୨୦ ରେ ଅବତରଣ କରିବାରଥିଲା. ମାତ୍ର ଉଡାଣର ୧୩ ମିନିଟ୍ ପରେ ଏହାର କଣ୍ଟ୍ରୋଲ ରୁମ୍ ସହ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଅଧିକାରୀ କହିଛନ୍ତି.

ଏୟାର ଟ୍ରାକିଂ ସର୍ଭିସ୍ ଫ୍ଲାଇଟ ରାଡର ୨୪ କହିଛି ଏହି ବିମାନଟି ଥିଲା ବୋଇଂ ୭୩୭ ମ୍ୟାକ୍ସ ୮ ଏବଂ ଏହା ସଂପୂର୍ଣ୍ଣରୂପେ ନୂଆ ଜେଟ୍ ଥିଲା. ସମୁଦାୟ ଉପରେ ଏଥିରେ ୧୮୯ ଜଣ ଯାତ୍ରୀ ଥିଲେ.

LEAVE A REPLY

Please enter your comment!
Please enter your name here