ଆଜି ୧୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ଏଯାବତ୍ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୩, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ସୁନ୍ଦରଗଡରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡ, ଗଞ୍ଜାମ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ସେହିପରି ଆଜି ୧୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୮୫୮ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୬୨୨ । ଖୋର୍ଦ୍ଧାରୁ ୧୧୦, ମୟୂରଭଞ୍ଜରୁ ୧୧୩, କଟକ-୧୦୬, ଅନୁଗୁଳ-୧୪୧, ବାଲେଶ୍ୱର-୮୪, ବରଗଡ-୪୯, ଭଦ୍ରକ-୨୪, ବଲାଙ୍ଗୀର-୪୪, ବୌଦ୍ଧ-୧୨, ଦେଓଗଡ-୧୧, ଢେଙ୍କାନାଳ-୨୫, ଗଞ୍ଜାମ-୨୦, ଜଗତସିଂହପୁର-୭୨, ଯାଜପୁର-୫୬, ଝାରସୁଗୁଡା-୫୦, କଳାହାଣ୍ଡି-୨୪, କନ୍ଧମାଳ-୭, କେନ୍ଦ୍ରାପଡା-୫୧, କେନ୍ଦୁଝର-୮୭, କୋରାପୁଟ-୩୯, ମାଲକାନଗିରି-୨୩, ନବରଙ୍ଗପୁର-୪୦, ନୟାଗଡ-୨୮, ନୂଆପଡା-୪୪, ପୁରୀ-୪୭, ରାୟଗଡା-୮, ସମ୍ବଲପୁର-୨୯, ସୋନପୁର-୧୪, ସୁନ୍ଦରଗଡ-୯୦, ଷ୍ଟେଟ୍ ପୁଲରୁ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୨୬୯୫ । ଏବଂ ଆକ୍ଟିଭ୍ କେସ୍ ରହିଛି ୧୭୨୮୧ । ସୁସ୍ଥ ହୋଇ ଘରକୁ ଫେରିଲେଣି ୨୬୪୧୦୨ ।

LEAVE A REPLY

Please enter your comment!
Please enter your name here