ସାମ୍ବାଦିକଙ୍କ ପରିଚୟ ଦେଇ ଆଦାୟ କରୁଥିଲେ ବଟି । ଟଙ୍କା ନଦେଲେ ନ୍ୟୁଜ୍ କରିଦେବାକୁ ଧମକ ମଧ୍ୟ ଦେଉଥିଲେ । ଭୁବନେଶ୍ୱରରେ ୬ଜଣ ସାମ୍ବାଦିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ୱେବ୍ ଚ୍ୟାନେଲର ଏହି ସାମ୍ବାଦିକ ମାନଙ୍କୁ ଗିରଫ କରାଯାଇଛି । ଦାଦାବଟି ଆଦାୟ କରୁଥିଲେ ଏହି ସାମ୍ବାଦିକମାନେ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେବା ସହିତ ନ୍ୟୁଜ୍ କରିବା ପାଇଁ ଧମକ ଦେଇ ୱେବ୍ ଚ୍ୟାନେଲ ତରଫରୁ ଟଙ୍କା ଆଦାୟ କରୁଥିଲେ । ୧ ଲକ୍ଷ ୬୪ ହଜାର ଟଙ୍କା ଏବଂ ଦାଦାବଟି ଆଦାୟ କରିଥିବା ପୋଲିସ କହିଛି । ୨୪ ହଜାର ଟଙ୍କା ଏମାନେ ନେଇଛନ୍ତି ଏବଂ ବାକି ପଇସା ଫୋନ ପେ ଆକାରରେ ଦିଆଯାଇଛି । ଗିରଫ ହୋଇଥିବା ସାମ୍ବାଦିକ ହେଲେ ଟାଇମ୍ସ ଓଡିଆର କାହ୍ନୁଚରଣ, ଆଇୱାଇଏ ଚ୍ୟାନେଲର ଆୟୁଷ ମହାପାତ୍ର । ଓଡିଶା ଭିଜନ ଟିଭିର ବିଶ୍ୱ ରଞ୍ଜନ ମହାନ୍ତି ।

LEAVE A REPLY

Please enter your comment!
Please enter your name here