ରାଜ୍ୟରେ କରୋନାରେ ଆଜି ୧୫ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା-୨, ବୌଦ୍ଧ, ଜଗତସିଂହପୁର ଓ ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କେନ୍ଦୁଝର, ସମ୍ବଲପୁର, ମାଲକାନଗିରି, କୋରାପୁଟରୁ ଜଣେ ଲେଖାଏଁ ମୃତ ।
ସେହିପରି ରାଜ୍ୟରେ ଆଜି ୩୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩୨୬ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୪୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୮୧ । ରାଜ୍ୟରେ ମୋଟ୍ କରୋନା ଆ୍ରକାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୩୩,୫୫୯ ଏବଂ ସୁସ୍ଥ ହୋଇ ଫେରିଲେଣି ୧,୯୮, ୧୯୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୨୬୮ , ଷ୍ଟେଟ୍ ପୁଲ-୧୪୯, ଯାଜପୁର-୧୪୮, ନୂଆପଡା-୧୪୭, ପୁରୀ-୧୪୦, ମୟୂରଭଞ୍ଜ-୧୩୧, ବାଲେଶ୍ୱର-୧୨୨, ଅନୁଗୁଳ-୧୧୯, ଝାରସୁଗୁଡା ଓ ସମ୍ବଲପୁରରୁ ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ବଲାଙ୍ଗିରରୁ ୧୦୩ ଲେଖାଏଁ, କେନ୍ଦୁଝରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ-୯୪, ସୁନ୍ଦରଗଡ-୯୩, ଢେଙ୍କାନାଳ-୮୫, ଜଗତସିଂହପୁର-୮୦, କଳାହାଣ୍ଡି-୭୭, ନବରଙ୍ଗପୁର ଓ ନୟାଗଡରୁ ୬୧ ଲେଖାଏଁ, କନ୍ଧମାଳରୁ ୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ-୫୭, ବୌଦ୍ଧ-୫୪, ରାୟଗଡା-୫୩, କୋରାପୁଟ-୪୫, ଭଦ୍ରକ-୩୬, ସୁବର୍ଣ୍ଣପୁର-୨୫,ଗଜପତିରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡରୁ ୨୨ ଏବଂ ମାଲକାନଗିରିରୁ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।