ଜଣେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କ ପ୍ରତି ହାଇକୋର୍ଟଙ୍କ ଦୃଷ୍ଟାନ୍ତମୂଳକ ରାୟ । ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳର ଦୁଷ୍କର୍ମ ପୀଡିତାଙ୍କ ପ୍ରତି ରାୟ । ଗର୍ଭପାତ ନେଇ ପୀଡିତାଙ୍କ ମା କରିଥିବା ଆବେଦନ ଖାରଜ କଲେ କୋର୍ଟ । ମେଡିକାଲ ବୋର୍ଡ ରିପୋର୍ଟ ଅନୁସାରେ, ଗର୍ଭପାତ ଆବେଦନ ଅଗ୍ରାହ୍ୟ । ସୁରକ୍ଷିତ ଗର୍ଭପାତ ଅବଧି ଅତିକ୍ରମ କରିଯାଇଥିବାରୁ ଗ୍ରହଣ ହେଲାନି । ତେବେ ପୀଡିତାଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୭ଦିନ ମଧ୍ୟରେ ବ୍ୟାଙ୍କରେ ସ୍ଥାୟୀ ଜମାଭାବେ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ । ପୀଡିତାଙ୍କ ଠାରୁ ଜନ୍ମ ହେବାକୁ ଥିବା ଶିଶୁ ପାଇଁ ମଧ୍ୟ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ । ପୁତ୍ର ସନ୍ତାନ ହେଲେ ୩ ଲକ୍ଷ , କନ୍ୟା ସନ୍ତାନ ହେଲେ ୫ ଲକ୍ଷ ପ୍ରଦାନ ନିର୍ଦ୍ଦେଶ । ଛୁଆ ଜନ୍ମ ହେବାର ୧୦ ଦିନ ମଧ୍ୟରେ ଅର୍ଥ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି ।

LEAVE A REPLY

Please enter your comment!
Please enter your name here