କମିଛି ପଶ୍ଚିମାଝଡ ପ୍ରଭାବ । ଫଳରେ କମିବ ବର୍ଷାର ପ୍ରଭାବ । ଦକ୍ଷିଣ ଓଡିଶାରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି ସହିତ ରାଜ୍ୟରେ ଆଉ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି , ଘଡଘଡିର ମଧ୍ୟ ଆଶଙ୍କା ରହିଛି । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ । ଆସନ୍ତାକାଲି ପୁଣି ଏକ ପଶ୍ଚିମା ଝଡ ସୃଷ୍ଟି ହେବ । ଏହାର ପ୍ରଭାବରେ ୧୫ରୁ ଆଭ୍ୟନ୍ତରୀଣ ଓଡିଶା ଏବଂ ୨୬ ରୁ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ବଢିପାରେ । ଗତକିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ ପ୍ରଭାବରେ ପ୍ରବଳ ବର୍ଷା, ପବନ ଏବଂ କୂଆ ପଥର ମାଡ ହୋଇଛି ।

LEAVE A REPLY

Please enter your comment!
Please enter your name here