ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଜନିତ ମୃତ୍ୟୁ ନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି.ତିତଲୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି.କେବଳ ଗଜପତି ଜିଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି.ଏହାସହ ଗଞ୍ଜାମରେ ୩ ଜଣ, କେନ୍ଦୁଝର, କନ୍ଧମାଳ, କଟକ, ଅନୁଗୁଳ ଓ ନୟାଗଡରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ଏସଆରସିଙ୍କ ସୂଚନା. ମୁତାବକ ୧୬ଟି ଜିଲାର ୧୪୪ଟି ବ୍ଲକରେ ୫୭ ଲକ୍ଷ ଲୋକ ତିତଲିର ପ୍ରକୋପରେ ପ୍ରଭାବିତ ହୋଇଛନ୍ତି।

ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳର ରାସ୍ତାଘାଟ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି. ୧.୪୮ ଲକ୍ଷ ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି.  ତିତଲି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ବୁଧବାର ସୁଦ୍ଧା ପହଞ୍ଚିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି. ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ତିତଲିର ପ୍ରଭାବ ପଡିଥିଲା. ଏଥିରେ ୩ଟି ଜିଲା ଗଜପତି, ଗଞ୍ଜାମ ଓ ରାୟଗଡା ବେଶୀ ପ୍ରଭାବିତ ହୋଇଥିଲା . ବାତ୍ୟା ତିତଲି ଓ ପରବର୍ତ୍ତୀ ବନ୍ୟାରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here