୨୦୧୯ ପାଇଁ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେଡି ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ଦଳରେ ନେତାଙ୍କୁ ସାମିଲ କରିବା ନେଇ ପ୍ରତିଯୋଗିତା ଲାଗିରହିଥିବାବେଳେ ଆମ୍ ଆଦମି ପାର୍ଟିରେ ଅଭିନେତ୍ରୀ ସିନା ମହାନ୍ତି ଓ ଯୁବ ନେତା ଶଶୀକାନ୍ତ ବେହେରା ଯୋଗ ଦେଇଛନ୍ତି । ଏହି ଅବସରରେ ଲୋହିଆ ଭବନରେ ଆପ୍ ପକ୍ଷରୁ ଏକ ସମାବେଶର ଆୟୋଜନ କରାଯାଇଥିଲା । ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଆସନ୍ତାଦିନରେ ପେଟ୍ରୋଲ ଓ ଡିଜେଲ ଦରଦାମ ବୃଦ୍ଧି ସମେତ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଜନ ଜାଗରଣ କରାଯିବ ବୋଲି ଘୋଷଣା କରାଯାଇଛି । ଆସନ୍ତା ୨୨ ତାରିଖରେ ୫ ଦଫା ଦାବିରେ ବାଣୀବିହାର ଠାରୁ ମାଷ୍ଟରକାଣ୍ଟିନ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ ବୋଲି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଆବାହକ ସୁବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଂଜନ ସ୍ୱାଇଁ, ମଧୁସୂଦନ ଯାଦବ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here