ସରିଲା ଦଶହରା | ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ନୀତି | ରାଧାଦାମୋଦର ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି | ସ୍ୱତନ୍ତ୍ର ନୀତି କାନ୍ତି ସହ ବାଳଭୋଗ ଲାଗିଛି | ପରମ୍ପରା ରହିଛି ଯେଉଁ ମାନେ କାର୍ତ୍ତିକ ବ୍ରତ କରିବେ ତାପୂର୍ବରୁ ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ କରିବେ | ସେହିଭଳି ଆଜି ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନା ବଡଦାଣ୍ଡରେ ଦେବସଭା ହେବ | ଶାରଦୀୟ ଦୁର୍ଗାପୂଜାରେ ପୂଜାପାଉଥିବା ଦେବୀ ଶୋଭାଯାତ୍ରାରେ ବାହାରି ଦେବସଭାରେ ଯୋଗଦେବେ | ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଦେବୀଘାଟକୁ ଯାଇ ବିସର୍ଜନ ହେବେ | ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦେଖିବା ପାଇଁ ପ୍ରବଳ ଭିଡ ଜମିଛି | ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ମନ୍ଦିର ପରିସରରେ ବ୍ୟାରିଗେଟର ବ୍ୟବସ୍ଥା କରାଯାଇଛି | ଧାଡି ବାନ୍ଧି ଶ୍ରଦ୍ଧାଳୁମାନେ ଯାଇ ଠାକୁରଙ୍କ ଦର୍ଶନ କରିଛନ୍ତି |

LEAVE A REPLY

Please enter your comment!
Please enter your name here